ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ଆକ୍ସନ୍‌ରେ ଭରପୂର ରହିବ ‘ଧୂମ୍‌-୪’, ସାମ୍ନାକୁ ଆସିଲା ରଣବୀରଙ୍କ ନୂଆ ଲୁକ୍‌

Published By : Krishna Priya | June 4, 2025 9:32 AM

ମୁମ୍ବାଇ ୦୪/୦୬: ‘ଧୂମ୍‌-୪’ରେ ନଜର ଆସିବେ ରଣବୀର କପୁର । ଫିଲ୍ମରେ ତାଙ୍କ ଲୁକ୍‌ ପୂରାପୂରି ନୂଆ ଓ ଅଲଗା ହେବ । ଏହାର ପ୍ରସ୍ତୁତି ସେ ଏବେଠୁ ଆରମ୍ଭ କରିଦେଇଛନ୍ତି । ସଦ୍ୟ ରିପୋର୍ଟ ଅନୁସାରେ, ‘ଧୂମ୍‌-୪’ ଏପର୍ଯ୍ୟନ୍ତ ମୁକ୍ତିପ୍ରାପ୍ତ ସବୁ ‘ଧୂମ୍‌’ ଫିଲ୍ମଠୁ ଦମ୍‌ଦାର ହେବ । ଏଥିରେ ଭରପୂର ଆକ୍ସନ୍‌ ରହିବ । 

ପିଙ୍କ୍‌ଭିଲ୍ଲାର ରିପୋର୍ଟ ଅନୁସାରେ, ଆଦିତ୍ୟ ଚୋପ୍ରା ‘ଧୂମ୍‌-୪’ର କାହାଣୀ ଲେଖିଛନ୍ତି । ଏହି କାହାଣୀ ପୁରୁଣା ଫ୍ରାଞ୍ଚାଇଜିକୁ ନୂଆ ରୂପ ଦେବ । ଦର୍ଶକଙ୍କ ଆଶା ଅନୁସାରେ ଏହା ମନୋରଞ୍ଜନର ଖୋରାକ ଦେବ । ରଣବୀର ଏହି ଭୂମିକା ପାଇଁ ପୂରାପୂରି ଫିଟ୍‌ ବୋଲି ରିପୋର୍ଟ ସ୍ପଷ୍ଟ କରିଛି । ତାଙ୍କ ବ୍ୟକ୍ତିତ୍ୱ ହିସାବରେ ତାଙ୍କର ଭୂମିକା ସ୍ଥିର ହୋଇଛି । ଫିଲ୍ମର କାହାଣୀ ଓ ଆକ୍ସନ୍‌ ବିଶ୍ୱର ସର୍ବୋତ୍କୃଷ୍ଟ ଆକ୍ସନ୍‌ ଫିଲ୍ମ ମଧ୍ୟରେ ଅନ୍ୟତମ ହେବ ବୋଲି ଗଣମାଧ୍ୟମ ସ୍ପଷ୍ଟ କରିଛି । 

ଫିଲ୍ମର ଅନ୍ଦାଜ୍‌ ପୂର୍ବର ୱାଇଆର୍‌ଏଫ୍‌ ସ୍ପାଇ ୟୁନିଭର୍ସ ଫିଲ୍ମଠୁ ସମ୍ପୂର୍ଣ୍ଣ ଅଲଗା ହେବ । ୨୦୨୬, ଖରାଦିନେ ‘ଧୂମ୍‌-୪’ର ସୁଟିଂ ଆରମ୍ଭ ହେବ । ଏହି ଘୋଷଣା ପରେ ଫ୍ୟାନ୍‌ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କିଛି ରଣବୀରଙ୍କ କାଷ୍ଟିଂକୁ ନେଇ ଉତ୍ସାହିତ ଅଛନ୍ତି । ଆଉ କିଛି ଋତ୍ୱିକ ରୋଶନଙ୍କୁ କାଷ୍ଟ୍‌ କରିବାକୁ ଦାବି କରିଛନ୍ତି । ଅଦ୍ୟାବଧି ‘ଧୂମ୍‌’ ଫ୍ରାଞ୍ଚାଇଜିର ୩ ଫିଲ୍ମ ରିଲିଜ୍‌ ହୋଇସାରିଛି । ପ୍ରଥମ ଫିଲ୍ମରେ ଅଭିଷେକ ବଚ୍ଚନ, ଜନ୍‌ ଆବ୍ରାହମ୍‌, ଉଦୟ ଚୋପ୍ରା ଅଭିନୟ କରିଥିଲେ । ‘ଧୂମ୍‌-୨’ରେ ଅଭିଷେକ ବଚ୍ଚନ, ଋତ୍ୱିକ ରୋଶନ ଓ ଐଶ୍ୱର୍ଯ୍ୟା ରାୟ ମୁଖ୍ୟ ଭୂମିକାରେ ଥିଲେ । ‘ଧୂମ୍‌-୩’ରେ ଆମିର ଖାନ୍‌ ଡବଲ୍‌ ରୋଲ୍‌ କରିଥିଲେ । ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ କ୍ୟାଟ୍ରିନା କୈଫ୍‌ । 

ତେବେ ଆଗାମି ଦିନରେ ରଣବୀର ଏକାଧିକ ବଡ଼ ପ୍ରୋଜେକ୍ଟରେ ନଜର ଆସିବେ । ଏବେ ତାଙ୍କ ହାତରେ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ମେଗାବଜେଟ୍‌ ଫିଲ୍ମ ‘ରାମାୟଣ’ ରହିଛି । ଏଥିରେ ସେ ଶ୍ରୀରାମ ଭୂମିକା ନିର୍ବାହ କରିଛନ୍ତି । ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ‘ଆନିମଲ୍‌ ପାର୍କ’ରେ ବି ସେ ନଜର ଆସିବେ । କିଛି ଦିନ ତଳେ ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ ସାଇନ୍‌ କରିଛନ୍ତି । ଏଥିରେ ସେ ଭିକି ଓ ଆଲିୟାଙ୍କ ସହ ନଜର ଆସିବେ । ‘ବ୍ରହ୍ମାସ୍ତ୍ର-୨’ରେ ମଧ୍ୟ ତାଙ୍କୁ କାଷ୍ଟ୍‌ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.